ଆର,ଉଦୟଗିରି (ଜେଏମଜେ ନ୍ୟୁଜ /ମନୋଜ ପାଢୀ)-
ଗଜପତି ଜିଲା ଏକ ଆଦିବାସୀ ଅଧ୍ୟୁଷିତ ଗରିବ ଖଟିଖିଆ ଅଞ୍ଚଳ।ଲୋକେ ଏଠାରେ ଦୈନିକ ମୂଲ ଲାଗି କିଛି ଅର୍ଥ ରୋଜଗାର କରି ପରିବାର ପୋଷନ୍ତି।କିନ୍ତୁ ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଜିରାଙ୍ଗ ପର୍ଯ୍ୟଟନ ସ୍ଥଳୀକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ଦୈନିକ ପର୍ଯ୍ୟଟକ ଆସିଥିବା ସହ ରାଜ୍ୟ ଏବଂ ରାଜ୍ୟ ବାହାରୁ କିଏ ନା କିଏ ଭି ଆଇ ପି ପରିଦର୍ଶନରେ ଆସୁଥିବା ଦେଖିବାକୁ ମିଳୁଛି।କିନ୍ତୁ ମୁଖ୍ୟ ଛକ ପଞ୍ଚାଆମ୍ବ ହୋଇଥିବାରୁ ସେଠାରେ ଏକ ଚୋରା ଦେଶୀ ମଦ ବିକ୍ରି କୋଠରୀ ଥିବା ଅଭିଯୋଗ ହେଉଛି।କିନ୍ତୁ ଜିଲା ଅବକାରୀ ବିଭାଗ ବଣ ପାହାଡ଼ ବୁଲି ଚୋରା ଦେଶୀ ମଦ ରନ୍ଧା ଏବଂ ବିକ୍ରି କରୁଥିବା ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଥିବା ବେଳେ ମୁଖ୍ୟ ଛକ ପଞ୍ଚାଆମ୍ବ ରେ ଚୋରା ଦେଶୀ ମଦ ଦୀର୍ଘ ଦିନ ହେଲାଣି ବିକ୍ରି ହେଉଥିବା ଅଭିଯୋଗ ହେଲେ ମଧ୍ୟ ଅବକାରୀ ବିଭାଗ କିପରି ଜାଣିପାରୁନି ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି।ସାଧାରଣରେ ଆଲୋଚନା ହେଉଛିକି ଅବକାରୀ ବିଭାଗ ଜାଣି ଚେଇଁ ଶୋଇଛି।ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛିକି ଅବକାରୀ ବିଭାଗ ମଦ କେଉଁ ବ୍ୟକ୍ତି ବିକ୍ରି କରୁଛି ଜାଣିଥିଲେ ମଧ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉନି।କାହିଁକିନା ମଦବିକ୍ରି କରୁଥିବା ବ୍ୟକ୍ତି ଜଣକ ସରକାରୀ ଦଳର ଜଣେ ଦୃଢ଼ ସମର୍ଥକ ଅଟନ୍ତି ତେଣୁ ଅବକାରୀ ବିଭାଗର ଅଧିକାରୀ ମାନେ ଭୟରେ କାଳେ ନେତାଙ୍କୁ କହି ଅନ୍ୟତ୍ର ବଦଳି କରିଦେବେ ତେଣୁ ବିଭାଗର ଅଧିକାରୀ ମାନେ ଜାଣି ନ ଜାଣିଲା ଭଳି ରହୁଥିବା ଅଭିଯୋଗ ହେଉଛି।ଦେଖିବାକୁ ବାକି ରହିଲା ବିଭାଗର ଅଧିକାରୀ ମାନେ କି ପଦକ୍ଷେପ ନେଉଛନ୍ତି।ଚୋରା ମଦ ବିକ୍ରି ଫଳରେ ଅଞ୍ଚଳକୁ ଆସିଥିବା ପର୍ଯ୍ୟଟକଙ୍କଘୃଣା ଭାବ ଏହି ଅଞ୍ଚଳ ପ୍ରତି ପଢ଼ୁଥିବା ଶୁଣିବାକୁ ମିଳୁଛି।ଜିଲାପାଳ, ଏସପି, ଅବକାରୀ ବିଭାଗ ସ୍ୱତନ୍ତ୍ର ଦୃଷ୍ଟିଦେଇ ଚୋରା ମଦ ବିକ୍ରିହେଉଥିବା କେନ୍ଦ୍ର ବନ୍ଦ କରିବା ନିମନ୍ତେ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *