ଆର. ଉଦୟଗିରି :(ଜେଏମଜେ ନ୍ୟୁଜ /ମନୋଜ ପାଢ଼ୀ ):
ଗଜପତି ଜିଲ୍ଲା ମୋହନା ବ୍ଲକଠାରୁ ୮୦କିଲୋମିଟର ଦୂର ଗରଡ଼ମା ଗ୍ରାମ ପଞ୍ଚାୟକ।ଏଠାକୁ ସରକାରଙ୍କ ବଡ଼ ବଡ଼ କର୍ମଚାରୀ ଆସିବା କଷ୍ଟକର ହୋଇପଡିଥିବା ବେଳେ ସରକାର ଆଗାମୀ ତ୍ରି-ସ୍ତରୀୟ ଗ୍ରାମ ପଞ୍ଚାୟତ ନିମନ୍ତେ ଏହି ପଞ୍ଚାୟତ ଅନୁସୂଚିତ ଜନଜାତି ମହିଳା ଙ୍କ ନିମନ୍ତେ ସଂଗ୍ରଖିତ ରହିଛି।କିନ୍ତୁ ଏହି ପଞ୍ଚାୟତ ବ୍ଲକ ଠାରୁ ୮୦କିଲୋମିଟର ଦୂର ରେ ଅବସ୍ଥିତ ରହି ଜଣେ ପଞ୍ଚାୟତ ପ୍ରତିନିଧି ମହିଳା ନିୟମିତ ଯାଇ ଉନ୍ନୟନମୂଳକ କାର୍ଯ୍ୟ କରିବା କଷ୍ଟକର ବ୍ୟାପାର ଅଟେ।ଏହି ପଂଚାୟତରେ ଅନୁସୂଚିତ ଜନଜାତି ୧୭୭୧ଜଣ ବାସ କରୁଥିବା ବେଳେ ଅନ୍ୟାନ୍ୟ ୧୧୮୯ଜଣ ବାସ କରନ୍ତି।ଏହି ଦୁର୍ଗମ ପାହାଡିଆ ଅଂଚଳରେ ଉନ୍ନତି ମୂଳକ କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ଜଣେ ପୁରୁଷ ସରପଞ୍ଚ ପଦବୀ ନିମନ୍ତେ ସ୍ଥାନ ସଂଗ୍ରଖିତ କରିବା ନ8ନିମନ୍ତେ ବର୍ତ୍ତମାନର ସରପଞ୍ଚ ଶ୍ରୀ ନରେଶ ମୁଠାମାଝୀ ଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ଏବଂ ସ୍ଥାନୀୟ ଜନସାଧାରଣ ଜିଲାପାଳ ଏବଂ ବିଡ଼ିଓ ଙ୍କୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *