ଆର,ଉଦୟଗିରି, ( ଜେଏମଜେ ନ୍ୟୁଜ /ମନୋଜ ପାଢୀ – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ କୋଭିଡ୍ କଟକଣା ମଧ୍ୟରେ ମାଁ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ଆଜି ଅତ୍ୟନ୍ତ ଭକ୍ତିପୁତ ଭାବେ ପାଳନ ହୋଇଛି । ସହରର ଟ୍ରେଜେରୀ ରୋଡ୍ , ହାଇସ୍କୁଲ ଛକ, ବଡବ୍ରାହ୍ମଣ ସାହିଛକ, ଚିତ୍ରକାର ସାହି ଛକ, କଟକୀଆ ସାହି, ରାଜଗୁରୁସାହି ଛକ ଆଦି ଠାରେ ହୋଇଥିବା ପୂଜା ମଣ୍ଡପରେ ଚଣ୍ଡୀପାଠ ସହ ଆଜି ମାଁଙ୍କ ମହାଷ୍ଟମୀ ପୂଜା କରାଯାଇଛି । ସେହିପରି ପାରଳା ସହରର ଗ୍ରାମ ଦେବତୀ ମାଁ ନିଳାମ୍ମା ଠାକୁରାଣୀ ମନ୍ଦିର ସମେତ ମାଁ ମାଣିକେଶ୍ୱରୀ, ମାଁ ମକ୍କାତୋଟାମ୍ମା, ମାଁ ଦାଣ୍ଡୁମାରାମ୍ମା ଆଦି ମନ୍ଦିରରେ ଚଣ୍ଡୀପାଠ ସହ ଆଜି ମାଁଙ୍କ ମହାଷ୍ଟମୀ ପୂଜା ଅତ୍ୟନ୍ତ ନିଷ୍ଠାରସହ କରାଯାଉଥିବା ଲକ୍ଷ୍ୟ କରାଯାଇଛି । ଆଜି ସକାଳୁ ସକାଳୁ ମହାଷ୍ଟମୀ ପୂଜା ପାଇଁ ପାରଳା ସହରର ସମସ୍ତ ଦୁର୍ଗା ପୂଜା ମଣ୍ଡପ ଓ ମାଁଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥିଲା ।

Leave a Reply

Your email address will not be published. Required fields are marked *