ଆର,ଉଦୟଗିରି, (ଜେଏମଜେନ୍ୟୁଜ /ମନୋଜ ପାଢୀ)- – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ନୂଆ ବସ୍‌ଷ୍ଟାଣ୍ଡ ଠାରେ ଲୋକଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଫିଲ୍ଟର ପାଣି ବ୍ୟବସ୍ଥା କାମରେ ଆସୁନି । ଏହା ଦ୍ୱାରା ବସଷ୍ଟାଣ୍ଡକୁ ଆସୁଥିବା ଯାତ୍ରୀ ଓ ଲୋକଙ୍କୁ ପିଇବା ପାଣି ମିଳୁନାହିଁ । ଏହି ପାନୀୟ ଜଳ ଫିଲ୍ଟରଟି ଉଦ୍‌ଘାଟନ ହେବାପରେ ପରେ କାମ କରୁନି ବୋଲି ସ୍ଥାନୀୟ ବ୍ୟବସାୟୀ, ଉଠା ଦୋକାନୀମାନେ ପ୍ରକାଶ କରିଛନ୍ତି । ପୌରପରିଷଦ ପକ୍ଷରୁ ବହୁ ଆଡମ୍ବର ସହକାରେ କରାଯାଇଥିବା ଲୋକ ବା ଯାତ୍ରୀଙ୍କୁ ଫିଲ୍ଟରପାଣି ବ୍ୟବସ୍ଥା ଅଚଳ ହୋଇପଡିଛି । ଏହି ଫିଲ୍ଟର ମେସିନ କାମ ଦେଉ ନଥିବା ବେଳେ ରକ୍ଷଣା ବେକ୍ଷଣ ଅଭାବରୁ ଖତଖାଇବା ସଦୃଶ୍ୟ ପଡିରହିଛି । ଲୋକଙ୍କୁ ଥଣ୍ଡା ଓ ବିନା ଥଣ୍ଡା ପାଣି ଯୋଗାଇ ଦେବା ପାଇଁ ଏହି ଫିଲ୍ଟରଟି ସ୍ଥାପନ କରାଯାଇଥିଲା । ଏଥିଲାଗି ବହୁ ଯାତ୍ରୀ ଉପକୃତ ହେବା ସହ ପାଣି ପାଇଁ ବ୍ୟୟ କରୁନଥିଲେ । ବର୍ତ୍ତମାନ ସେଠାରେ ପାନୀୟ ଜଳ ବ୍ୟବସ୍ଥା ନଥିବାରୁ ଲୋକେ ପାଣି ବୋତଲ କିମ୍ବା ମୃଦୁପାନୀୟ କିଣି ତୃଷ୍ଣା ମେଣ୍ଟାଉଛନ୍ତି । କିଛି ଦିନ କାର୍ଯ୍ୟକ୍ଷମ ହେବାପରେ ରକ୍ଷଣା ବେକ୍ଷଣ ଅଭାବରୁ ଏହା ଅଚଳ ହୋଇପଡିଛି । ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *