ଆଇ,ଉଦୟଗିରି, ( ଜେଏମଜେ ନ୍ୟୁଜ /ମନୋଜ ପାଢୀ) ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ.ସୀତାପୁର ଗ୍ରାମ ପଞ୍ଚାୟତ ସଦର ମହକୁମା ନିବାସୀ ଡ. ନରସିଂହ ପ୍ରସାଦ ଚରତିଙ୍କୁ ସାମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଗ୍ଲୋବଲ ଗ୍ଲୋରିୟସ ଆୱାର୍ଡରେ ସମ୍ମାନିତ କରାଯାଇଥିବାର ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଡ.ନରସିଂ ପ୍ରସାଦ ଚରତି ଜଣେ ଯୁବକ ହୋଇଥିଲେ ହେଁ ସେ ଜିଲ୍ଲା ଓ ରାଜ୍ୟ ପାଇଁ ଅନେକ ଗୌରବ ଆଣିଦେଇପାରିଛନ୍ତି । ସେ ବାଳୁତ କାଳରୁ ବିଭିନ୍ନ କଳା ତଥା ତବଲା ବାଦକ, ଢୋଲକ ଆଦି ବାଜା ବାଜଣାରେ ମାହିର ହୋଇ ଅଞ୍ଚଳରେ ବେସ ଖ୍ୟାତି ଅର୍ଜନ କରିଛନ୍ତି । ବର୍ତ୍ତମାନ ବି କଳାସାଧନା ଜାରି ରଖିଛନ୍ତି । ଏଥି ଲାଗି ତାଙ୍କୁ କଳାତିଳକ, ଧ୍ରୁବରତ୍ନ ଆଦି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ବର୍ତ୍ତମାନ ଯୁବ ଅବସ୍ଥାରେ ସେ କେ.ସୀତାପୁର ଭଳି ପଲ୍ଲୀ ଅଞ୍ଚଳର ଜନସାଧାରଣଙ୍କ ନିମନ୍ତେ ପାରମ୍ପାରିକ ଔଷଧ ଦେବା କାର୍ଯ୍ୟ କରୁଛନ୍ତି । ତାହାବି ନିଜର ପାରିଶ୍ରମିକ ନ ନେଇ ନିଶୁଳ୍କ ସେବା ଯୋଗାଇ ଦେଇ ଅଞ୍ଚଳବାସୀଙ୍କ ସେବା ଜାରି ରଖିଛନ୍ତି । ଏଥି ଯୋଗୁଁ ତାଙ୍କୁ ଭାରତ ସରକାରଙ୍କ ସ୍ୱଚ୍ଛଭାରତ ମିଶନ ତଥା ନୀତିଆୟୋଗର ସହାୟତାରେ ଉତ୍ତର ପ୍ରଦେଶର ଆଗ୍ରା ଠାରେ ଗତ ୨୬.୦୯.୨୦୨୧ ଅନୁଷ୍ଠିତ ହୋଇଥିବା ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଗ୍ଲୋବଲ ଗ୍ଲୋରିୟସ ଆୱାର୍ଡ ପ୍ରଦାନ କରାଯାଇଥିଲା । ହେଲେ ଏଥିରେ ସେ କୌଣସି କାରଣରୁ ଯୋଗ ଦେଇପାରିନଥିବାରୁ ତାଙ୍କ ନିକଟକୁ ପୋଷ୍ଟାଲ ମାଧ୍ୟମରେ ଏହି ଆୱାର୍ଡ ପଠାଇ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ “ବେକ ବୋନ୍‌” ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପରିଚାଳନା କରିଥିଲା । ସେହିପରି ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ ଶ୍ରୀଚରତି ଅନ୍‌ଲାଇନ୍ ମାଧ୍ୟମରେ ଭାରତର ବିଭିନ୍ନ ସ୍ଥାନର ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଦେଶଭକ୍ତି ପ୍ରଦର୍ଶନ ପୂର୍ବକ ଜାତୀୟ ପତାକା ଧରି ଜାତୀୟ ସଂଗୀତ ଗାନ କରିଥିଲେ । ଏହି ଅନ୍‌ଲାଇନ୍ କାର୍ଯ୍ୟକ୍ରମରେ ଦେଶର ମୋଟ ୭୪୩୮ଜଣ ଯୋଡି ହୋଇ ଏକା ସଂଗେ ଜାତୀୟ ସଂଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମ ମାତ୍ର ୫୨ସେକଣ୍ଡରେ ସମାପନ ହୋଇଥିଲା । ଏହାକୁ ନେଇ ଇଣ୍ଡିଆ ବୁକ୍ ଅଫରେକର୍ଡ ତରଫରୁ “ଇଣ୍ଡିଆନ ୱାରେଲ୍ଡ ରେକଡ” ସମ୍ମାନରେ ତେଲାଙ୍ଗାନା ସରକାରଙ୍କ ପକ୍ଷରୁ ହ୍ରାଇଦ୍ରାବାଦ ଠାରେ ସମ୍ମାନିତ କରାଯାଇଥିବାର ମଧ୍ୟ ଜଣାପଡିଛି । ଏଥିଲାଗି ତାଙ୍କୁ ପ୍ରମାଣପତ୍ର, ପଦକ, ସ୍ମାରକୀ ଆଦି ପ୍ରଦାନକରାଯାଇଥିବାର ସୂଚନା ମଧ୍ୟ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ ଡ. ଜିଭିଏନ୍‌ଆର୍‌ଏସ୍‌ଏସ୍ ବର ପ୍ରସାଦ ଯୋଗଦେଇଥିଲେ । ଜଣେ ୨୪ବର୍ଷୀୟ ଯୁବକ ଭାବେ ଡ. ଚରତିଙ୍କୁ ଏପରି ସମ୍ମାନିତ ପାଉଥିବାକୁ ନେଇ ଜିଲ୍ଲାର ବିଭିନ୍ନ ମହଲରେ ଶୁଭେଚ୍ଛାର ଶୁଅ ଛୁଟିବାରେ ଲାଗିଛି । ତେବେ ଏତେ ସମ୍ମାନ ବା ଆୱାର୍ଡ ପାଇ ମଧ୍ୟ ଜଣେ ସାଧାରଣ ଯୁବକ ଭାବେ କାହାରିକୁ କିଛି ନ କହି ନିଜର କର୍ତ୍ତବ୍ୟ ସମ୍ପାଦନା କରିବାରେ ବ୍ୟସ୍ତ ରହୁଛନ୍ତି ।

Leave a Reply

Your email address will not be published. Required fields are marked *